Advertisement
trendingPhotos1118703
photoDetails1hindi

ସ୍ୱଦେଶକୁ ନ ଫେରି ୟୁକ୍ରେନର ସେନାରେ ଯୋଗ ଦେଇ ଋଷ ବିରୁଦ୍ଧରେ ଲଢ଼ୁଛନ୍ତି ଏହି ଭାରତୀୟ ଯୁବକ, ଜାଣନ୍ତୁ ତାଙ୍କ ବିଷୟରେ ସବୁକିଛି

Russia-Ukraine War: ଦିନରାତି ୟୁକ୍ରେନରେ ଋଷର ମାରାତ୍ମକ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ଛାତ୍ର (Indian Student) ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି ଓ ସେ ଯୁଦ୍ଧରେ ଋଷ ସେନା (Russian Army)  ବିରୁଦ୍ଧରେ ୟୁକ୍ରେନକୁ ସହଯୋଗ କରିବେ । ସେ ୨୦୧୮ରେ ଅଧ୍ୟୟନ ପାଇଁ ଭାରତରୁ ୟୁକ୍ରେନ ଯାଇଥିଲେ । ବର୍ତ୍ତମାନ ସେ ଜାତୀୟ ଏରୋସ୍ପେସ୍ ବିଶ୍ୱବିଦ୍ୟାଳୟ (National Aerospace University) ରେ ଅଧ୍ୟୟନ କରୁଛନ୍ତି । 

1/8

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଲଗାତର ୧୩ ଦିନ ଧରି ଏହି ଲଢ଼େଇ ଚାଲିଛି । ଦିନକୁ ଦିନ ଲଢ଼େଇ ଭୀଷଣ ହେବାରେ ଲାଗିଛି । ଏହି ଯୁଦ୍ଧରେ ଜଣେ ଭାରତୀୟ ଯୁବକ (Indian youth) ୟୁକ୍ରେନ ସେନା (Ukrainian Army) ରେ ଯୋଗଦେବା ଖବର ସାମ୍ନାକୁ ଆସିଛି । 

2/8

ଦିନରାତି ୟୁକ୍ରେନରେ ଋଷର ମାରାତ୍ମକ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ଛାତ୍ର (Indian Student) ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି ଓ ସେ ଯୁଦ୍ଧରେ ଋଷ ସେନା (Russian Army)  ବିରୁଦ୍ଧରେ ୟୁକ୍ରେନକୁ ସହଯୋଗ କରିବେ । ସେ ୨୦୧୮ରେ ଅଧ୍ୟୟନ ପାଇଁ ଭାରତରୁ ୟୁକ୍ରେନ ଯାଇଥିଲେ । ବର୍ତ୍ତମାନ ସେ ଜାତୀୟ ଏରୋସ୍ପେସ୍ ବିଶ୍ୱବିଦ୍ୟାଳୟ (National Aerospace University) ରେ ଅଧ୍ୟୟନ କରୁଛନ୍ତି । 

3/8

ବର୍ତ୍ତମାନ ସେ ଅନ୍ତିମ ବର୍ଷରେ ଅଧ୍ୟୟନ କରୁଛନ୍ତି । କିନ୍ତୁ, ଋଷର ଆକ୍ରମଣ ଯୋଗୁଁ ତାଙ୍କ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଯାଇଛି । ଏଭଳି ପରିସ୍ଥିତିରେ ସେ ୟୁକ୍ରେନ ସୈନ୍ୟବାହିନୀ (Ukrainian Army) ରେ ଯୋଗଦେଇ ଋଷର ସେନା (Russian Army) ସହ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା କିଏ ସେହି ଯୁବକ କିଏ ଓ ସେ କେଉଁଠି ତାଙ୍କର ଘର । ଏହାସହ ତାଙ୍କ ଓ ତାଙ୍କ ପରିବାର ସହିତ ଜଡିତ କିଛି ଖାସ୍ କଥା ମଧ୍ୟ ଜାଣିବା…

ସାଧାରଣ ନାଗରିକଙ୍କୁ ସେନାରେ ଭର୍ତ୍ତି କରୁଛି ୟୁକ୍ରେନ

4/8
ସାଧାରଣ ନାଗରିକଙ୍କୁ ସେନାରେ ଭର୍ତ୍ତି କରୁଛି ୟୁକ୍ରେନ

ୟୁକ୍ରେନ ଉପରେ ଋଷର ଆକ୍ରମଣର ଆଜି ହେଉଛି ୧୩ ତମ ଦିନ । ଏହି ସମୟ ମଧ୍ୟରେ ୟୁକ୍ରେନ ସେନା ଓ ସାଧାରଣ ନାଗରିକମାନେ ରୁଷୀୟ ସେନା ସହିତ ଏକାଠି ଯୁଦ୍ଧ କରୁଛନ୍ତି । ବାସ୍ତବରେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି (Ukrainian President Volodymyr Zelenskyy) ଙ୍କ ଆବେଦନ ପରେ ସାଧାରଣ ନାଗରିକମାନେ ମଧ୍ୟ ସେନାରେ ଯୋଗ ଦେଇଛନ୍ତି । ଏହି ଲୋକମାନେ ନିଜ ଦେଶର ସୁରକ୍ଷା ଓ ସ୍ୱାଧୀନତା ପାଇଁ ଋଷ (Russia) ସହିତ ଲଢୁଛନ୍ତି । ବର୍ତ୍ତମାନ ଜଣେ ଭାରତୀୟ ମଧ୍ୟ ଏହି ତାଲିକାରେ ସାମିଲ ହୋଇସାରିଛନ୍ତି ।

ପରିବାରକୁ ଏପରି ମିଳିଛି ସୂଚନା ​​

5/8
ପରିବାରକୁ ଏପରି ମିଳିଛି ସୂଚନା ​​

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର (Indian government) ଚେଷ୍ଟା କରୁଛନ୍ତି । ଏହି ସମୟରେ ଭାରତୀୟ ଛାତ୍ରଙ୍କ ଋଷ ସେନାରେ ଯୋଗଦେବା ପାଇଁ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାଇନିକେଶ (Sainikesh) ଙ୍କ ପରିବାର ତାଙ୍କ ସହ ଯୋଗାଯୋଗ ହରାଇଥିଲେ । 

6/8

ଭାରତୀୟ ଦୂତାବାସ ସହାୟତାରେ ସେ ସାଇନିକେଶ (Sainikesh Ravichandran) ଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ । ଏହା ପରେ ସାଇନିକେଶ କହିଛନ୍ତି ଯେ ସେ ଋଷ ବିରୁଦ୍ଧରେ ଲଢ଼ିବା ପାଇଁ ୟୁକ୍ରେନ ପାରାମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଉଛି, ଯାହା ପରେ ଲୋକମାନେ ସାଇନିକେଶଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି ।

କିଏ ଏହି ଯୁବକ ଜଣକ?

7/8
କିଏ ଏହି ଯୁବକ ଜଣକ?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ସେନାରେ ଯୋଗ ଦେଇଥିବା ଭାରତୀୟ ଛାତ୍ରଙ୍କ ନାମ ସାଇନିକେଶ ରବିଚନ୍ଦ୍ରନ (Sainikesh Ravichandran) । ତାଙ୍କ ବୟସ ବର୍ତ୍ତମାନ ୨୧ ବର୍ଷ । ସାଇନିକେଶ ରବିଚନ୍ଦ୍ରନ ତାମିଲନାଡୁର କୋଏମ୍ବାଟୁରର ବାସିନ୍ଦା । କୁହାଯାଉଛି ଯେ ରବିଚନ୍ଦ୍ରନ ପୂର୍ବରୁ ମଧ୍ୟ ସେନାରେ ଯୋଗଦେବାର ସ୍ୱପ୍ନ ଦେଖିଥିଲେ । ସେ ଭାରତୀୟ ସେନା (Indian Army) ରେ ମଧ୍ୟ ଆବେଦନ କରିଥିଲେ, କିନ୍ତୁ କୌଣସି କାରଣରୁ ସେ ମନୋନୀତ ହୋଇପାରିଲେ ନାହିଁ ।

ଏହା ବି ପଢ଼ନ୍ତୁ:-ଗ୍ରାହକଙ୍କ ପାଇଁ ଜରୁରୀ ଆଲର୍ଟ ଜାରି କଲେ ଏସବୁ ବ୍ୟାଙ୍କ! ମାର୍ଚ୍ଚ ୩୧ ପୂର୍ବରୁ ସାରି ନିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା

ଏହା ବି ପଢ଼ନ୍ତୁ:-ବଡ଼ ଖବର! ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ? ତ ଏକ ଝଟକାରେ ରଦ୍ଦ ହୋଇଯିବ ରାସନ କାର୍ଡ, ଜାଣନ୍ତୁ ନୂଆ ନିୟମ

ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଉପରେ ଅସନ୍ତୁଷ୍ଟ ଭାରତ, UNSC ରେ ଦେଲା ବଡ଼ ବୟାନ

8/8

ଏହା ପରେ ୨୦୧୮ ମସିହାରେ ସେ ୟୁକ୍ରେନ (Ukraine) କୁ ଚାଲିଗଲେ । ଯେଉଁଠାରେ ସେ ଜାତୀୟ ଏରୋସ୍ପେସ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ । ସେ ବର୍ତ୍ତମାନ ଏକ ଅନ୍ତିମ ବର୍ଷର ଛାତ୍ର । ସୂଚନାଯୋଗ୍ୟ ଯେ ଏହି ବିଶ୍ୱବିଦ୍ୟାଳୟ ୟୁକ୍ରେନର ଖାର୍କିଭରେ ଅବସ୍ଥିତ । ଚଳିତ ବର୍ଷ ଜୁଲାଇରେ ତାଙ୍କର ପାଠ୍ୟକ୍ରମ ସମାପ୍ତ ହେବାକୁ ଥିଲା, କିନ୍ତୁ ଯୁଦ୍ଧ  ଯୋଗୁଁ ତାଙ୍କର ଅଧ୍ୟୟନ ବନ୍ଦ ହୋଇଯାଇଛି । ଏହା ପରେ ସେ ତାଙ୍କର ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ପୂରଣ କରିବା ପାଇଁ ୟୁକ୍ରେନ ସେନାରେ ଯୋଗଦେବାକୁ ସ୍ଥିର କଲେ ।

ट्रेन्डिंग फोटोज़